ଏକା ତୋ ଭକତ ଜୀବନ
ଏକା ତୋ ଭକତ ଜୀବନ
ଏକା ତୋ ଭକତ ଜୀବନ
ଭକତ ନୀମନ୍ତେ ତୋର ଶଂଖ ଚକ୍ରେ ଚିନ୍ହ
ଭକତ ତୋ ମାତା ପିତା ଭକତ ତୋ ବନ୍ଧୁ
ଭକତ ହିତରେ ତୋର ନାମ କୃପା ସିନ୍ଧୁ
ଧେନୁ ପଛେ ପଛେ ବତ୍ସା ଗମେ କ୍ଷୀର ଲୋଭେ
ଭକତ ପଛରେ ତୁହି ଥାଉ ସେହି ଭାବେ
କହେ ଶାଲବେଗ ହୀନ ଜାତିରେ ଜବନ
ଶ୍ରୀରଂଗା ଚରଣ ବିନୁ ନ ଜାଣଇ ଆନ