ଅମୃତ
ତୋତେ ମୁଁ କେତେ ଖୋଜିଲିଣି
ଆମ ଘରର ବାରିଆଡେ, ଗାଁ ଶିବ ମନ୍ଦିର ପାଖେ, ନୂଆ ନଈ ର ନଦୀପଠାରେ
“ବନ୍ଦେ ଉତ୍କଳ ଜନନୀ” ଜନକଙ୍କ ଜନ୍ମସ୍ଥାନରେ,
ମନ୍ଦିରମାଳିନୀ ଭୁବନେଶ୍ଵରରେ, ମହାନଗରୀ ମୁମ୍ବାଇରେ,
ପ୍ୟାରିସର ସ୍ମିତହାସ୍ୟ “ମୋନାଲିସା” ଛବି ପାଖେ,
ଶେଷରେ ବିଶ୍ଵର ସବୁଠୁ ଉନ୍ନତ ଆଉ ଧନୀମାନ ରାଷ୍ଟ୍ରଟିରେ,
କାହିଁ କେଉଁଠି ବି ପାଉନି ତୋ ଦେଖା, ଛୁଆଁ ,
ଅନୁଭବ ବି କରିପାରୁନି ତୋ ଅସ୍ତିତ୍ଵ ।
ଯେତେ ମୁଁ ଦୂରେଇ ଯାଉଛି ମୋ ଏନ୍ତୁଡିଶାଳ ରୁ ,
ସେତେ ତୁ ଦୂରେଇ ଯାଉଛୁ...
ଯେମିତି ଅଭିମାନ କରି, ଆକ୍ଷେପ କରି ।
କେବେ ଆରମ୍ଭ ହେବ ...
ଆଉ ଏକ ଆହ୍ଵାନ, ନେତାଜୀଙ୍କ ଆହ୍ଵାନ ପରି
ମାଟିର ଆହ୍ଵାନ, ସଂସ୍କୃତିର ଆହ୍ଵାନ
“ଶିକ୍ଷା ବଞ୍ଚାଅ” ର ଆହ୍ଵାନ
ସେମାନେ ଲୁଟିନେବେ ସବୁକିଛି
ଲେଉଟାଇବେନି କିଛି
ଫିରିଙ୍ଗୀଙ୍କ ପରି
ଗାନ୍ଧିଜୀଙ୍କ ଛବିଥିବା କିଛି କାଗଜ ଟୁକୁଡା ବଦଳରେ
ମୋହର ବାଜିଥିବା କିଛି ପ୍ରମାଣପତ୍ର ମାଧ୍ୟମରେ
ଧଳା ପୋଷାକର ଆଢୁଆଳରେ ।
କବି ତୁମେ ଏବେ ଯେ ‘ଆରମ୍ଭ’ କରିଥିଲ
ଏତେ ଶୀଘ୍ର ଇତି କରିଦେଲ !
ଏ ‘ଇତି’ ସେ ‘ଇତି’ ନୁହେଁ; ଇଏ ଏକ ଭିନ୍ନ ‘ଇତି’
କେବେ କ’ଣ ଇତି ହୋଇପାରେ
Shelley ଙ୍କ “The Masque of Anarchy”
କେବେ କ’ଣ ମରିପାରେ
ବଙ୍କିମଙ୍କ “ବନ୍ଦେ ମାତରମ…”
ଶେଷ ହୋଇପାରେ
ମୋ ଗାଁ ଚାରଣ କବିଙ୍କ“ଚାରିଦିନ ଭୋକିଲା” ର ଚାରି ଧାଡି ?
ସେ ତ ଇତି ଚାହେଁବ୍ୟବଧାନ ଧନୀ – ଦରିଦ୍ରର ଅତ୍ୟାଚାର ରାଜତନ୍ତ୍ର –ଗଣତନ୍ତ୍ରର
ପ୍ରବାସ ପର ଦେଶରେ ବାସ
ଯାଯାବର ଜୀବନ, ଅଦେଖା ବ୍ୟସନ,
ଅକୁହା ଗୁଞ୍ଜନ, କୋହର ସମୀରଣ;
ସତରେ ବହୁତ କଷ୍ଟ ।
କଷ୍ଟ ଟା କ୍ଲୀଷ୍ଟ ହୋଇଯାଏ
ଯେବେ ପଢେ ରୋଜି ଅପାଙ୍କ
“ବରଫର ଦେଶ”
ଝୁଣ୍ଟିପଡେ, ପାଦ ରହିଯାଏ
ବରଫରେ ଚାଲୁ ଚାଲୁ
ଧବଳମୟତାରେ ହଜୁ ହଜୁ
ମନେପଡେ
ପିଲାଦିନ, ସ୍କୁଲ ଯିବାର ବେଳ
ଊଣା ନୁହେଁ ସେ କେବେ
ସମାନ ସମସ୍ତଙ୍କ ଭଳି
ଉଜଟ ମନ ମୋର ତୁଛାଟାରେ ଦେଉ ତାକୁ ଗାଳି ।
ଉପଳ ଭାଗ୍ୟ ତାହାର
ଜନ୍ମିଲା ସେହିଦିନେ
ଉଞ୍ଛିଲା ସମାଜ ତାକୁ
ରାତି-ଦିନେ, ପ୍ରତିକ୍ଷଣେ ।
ଉତ୍ତର ପାଏନି ସେ
କରେନି ପୁଅକୁ ଆକ୍ଷେପ
ଉତ୍ତୁଷ ସୁପ୍ତ ହୁଏ
ଦିଶେ ନାହିଁ ପୁଅର ଆରୋପ ।
ଉତ୍ତ୍ରାସ ମା’ ମନ
ପାରେ ନାହିଁ ସହି
ପ୍ରତ୍ୟୁଷରେ ହେଉ କି
ପ୍ରଦୋଷରେ ହେଉ
ବଡଦେଉଳର ବଡଦାଣ୍ଡରେ କି
ଶ୍ମଶାନର ଅଙ୍ଗାର- ନିଆଁ ପାଖେ
କୃଷ୍ଣର ଦ୍ଵାରିକାରେ ଅବା
ସୁଦାମର କୁଟୀରରେ
ମୋ କାମ ତ ଗୋଟେ
ସଫା କରିବାର କାମ
ଭଲରୁ ମନ୍ଦ ଅଲଗା କରିବାର କାମ ମୋର
ସ୍ଥାନର ଜ୍ଞାନ ନହିଁ
କାଳର ଫରକ ପଡେନି
ପାତ୍ର ଜାଣିବାର ଇଛା ବି ନହିଁ ।
ଶୁଣିଲି କାଳେ ଫଗୁଣ ଆସିଛି
ସାଧବବହୂ ବେଶ ରେ
ମଥାରେ ନାଲି ଓଢଣୀ ଦେଇ
କୁଙ୍କୁମ, କଜ୍ଜଳ, ଅଳତା ନାଇ
ଆସିଛି............
ମଧୁ-ମଳୟର ସାଥେ ସାଥେ
ରଙ୍ଗ- ରୋଷଣୀର ତାଳେ ତାଳେ
ପ୍ରେୟସୀ-ପାଲିଙ୍କିରେ ସବାର ହୋଇ
ଶତ-ସୁମନର ସମ୍ଭାର ନେଇ
ବିନିଦ୍ର ରଜନୀର ବାର୍ତ୍ତା ବହି
କବିର କବିତା ହେବା ପାଇଁ ।
ଏକାମ୍ର ଏକାନ୍ତ
ଜାଣିନି ମୃତ କି ଜୀବନ୍ତ
ଶାନ୍ତ କି ସୁପ୍ତ
ଆଶ୍ଵସ୍ତ କି ପ୍ରତିହତ
ଖୋଜୁଛି
ଦୁଃଖ- ସୁଖ, ଭୋକ- ଶୋଷ ,
ବିଷ-ବିଶ୍ଵାସ, ଆଦି-ଅନ୍ତ ,
ମାୟା- ମୋହ, ମମତା- କ୍ଷମତା
ନିଜଭିତରେ ନିରୋଳାରେ;
ଏକାନ୍ତରେ
ବସିଛି ଧଉଳି ଚୂଳରେ
ଲକ୍ଷ୍ୟ ଦୟା ନଦୀର ଗର୍ଭ
କହୁଛ ଆମେ ପାପ କରୁଛୁ
ଦୋଷ କରୁଛୁ, ବିଦ୍ରୋହ କରୁଛୁ
ଦେଶଦ୍ରୋହୀ, ରାଜଦ୍ରୋହୀ ସାଜିଛୁ
“ବିର୍ଶା ମୁଣ୍ଡା” ରୁ ମାଓବାଦୀ ପାଲଟିଛୁ
ଯଦି କରିଛୁ ବେଶ କରିଛୁ ;
ହଁ ପାପ ଆମେ ହିଁ କରିଛୁ
ଜନ୍ମ ଭୂମି ପାଇଁ , ଭିଟାମାଟି ପାଇଁ
ବାପ ଗୋଶାପ ଘର ବାଡି ପାଇଁ
ପେଟ ଚାଖାଣ୍ଡକ ପାଇଁ,
ସ୍ଵାଧିକାର ସାବ୍ୟସ୍ତ କରିବା ପାଇଁ
କ୍ଷୋଭ ନାହିଁ , ଦୁଃଖ ନାହିଁ,
ଅନୁଶୋଚନା, ଅନୁତାପର ପ୍ରଶ୍ନ ହିଁ ଉଠୁନି ।
ସେ କାଳ ପଖାଳ ଏ କାଳେନହିଁ
କେମିତି ବା ରୁହନ୍ତା
ପଞ୍ଚସ୍ତରି ବର୍ଷ ପରେ ସଜହୋଇ
ସବୁ ବାସି
ଓଡିଶୀ ବି ବାସି ଗୋଟିପୁଅ ବି ବାସି
ଫେଣ୍ଟା-ଫେଣ୍ଟି ମିଶା-ମିଶି
ଆଧୁନିକତାର ରଙ୍ଗମଞ୍ଚରେ
“ବାଳୁଙ୍ଗା ... “ ନୃତ୍ୟର ତାଳେ ତାଳେ । (୧)
ଭାଗବତ ଟୁଙ୍ଗି କଥା କିଏ ପଚାରୁଛି
କ୍ଲୁବ ଘର, ପଞ୍ଚାୟତ ଘର ଭଲ ତ ସବୁଭଲ
ଭଲଜମେ ମଦିରା ଆସର
ବିତର୍କ ବିଖ୍ୟାତ କଟକ ରୁ
ନିଦାଘ
ମଧ୍ୟାହ୍ନ ଦାରୁଣ, ଦବାନଳ
ଅବସ୍ଥା ଦୁଃସ୍ଥ, ଦୁର୍ବିସହ, ଦୟନୀୟ
ରାଜରାସ୍ତା ଶୂନ୍ୟ
ପଖାଳ କଂସାରେ ଭାତ ଶୂନ୍ୟ, ଖାଲି ତୋରାଣି
ଶୂନ୍ୟ ପୁଣି କମାରରେ ବନ୍ଧା ମୁଣି
ଦାରିଦ୍ର୍ୟ ପଞ୍ଚାକ୍ଷରର ଭାଳେଣି
ସ୍ପଷ୍ଟ ବାରିହୁଏ
ଦରଭିଜା, ଅଧାଚିରା ଗାମୁଛାଟିରୁ
କପାଳରେ କୁଞ୍ଚିତ ପଞ୍ଚରେଖା ମଧ୍ୟରୁ
ପଡିଯାଏ ଥପ ଥପ
ହେ ଧରଣୀର କୃଷ୍ଣସାର
କାହିଁ ଏତେ ବ୍ୟସ୍ତ, ବ୍ୟଗ୍ର
ଅସ୍ଥିର, ଅଧୀର, ଆତୁର
ସ୍ଵର୍ଣ୍ଣ ମୃଗ ଲୋଭରେ
ମିଛ ମରୀଚିକା ପଛରେ
ଯେତେ ତୁ ଧାଉଁଥିବୁ
ସେତେ ଆଗେଇ ଯାଉଥିବ ସେ
ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ପରି
ଅଣ୍ଟିଏ ପାଣିରୁ ତଣ୍ଟିଏ ହେବାଯାଏ
ଲୋଭ- ମୋହ ସବୁ ଧୋଇଗଲା ଯାଏ । (୧)
ଖରାଦିନ, ଖରାବେଳ, ମୁଁ ଆଉ ମୋ ପିଲାଦିନ
ଆମ୍ବାତୋଟା, ବରଡାଳ, ତେନ୍ତୁଳି ଗଛମୂଳ
ଯେଉଁଠି ଆରମ୍ଭ ହୁଏ ଡାଳ ମାଙ୍କଡ ଖେଳ
ଧା ଦଉଡ, ଚୋର-ପୁଲିଶ ପୁଣି ପଇଁ।କାଠି
ପଛରୁ ଶୁଭେ ବୋଉର ଡାକ
ଶୋଇପଡ ଦଣ୍ଡେ ,
କାହିଁ ଏମିତି ବୁଲୁ ଖରାବେଳେ
ଗବେଷଣା କ’ଣ ପାଇଁ ?
ଜୀବନ ପାଇଁ ନା ଜୀବିକା ପାଇଁ
ବଞ୍ଚିବାର ରାହା ଟିକକ ପାଇଁ
ନା ମୃତ୍ୟୁର ପନ୍ଥା ଖୋଜିବା ପାଇଁ । (୧)
ଗବେଷଣା କ’ଣ ପାଇଁ ? ?
କିଛି ନୂଆ ପାଇବା ଆଶାରେ
ନା କିଛି ପୁରୁଣା ହଜାଇବାର ଭୟରେ
ବ୍ୟସ୍ତ ବ୍ୟଗ୍ର ସେ ... ... ...
ସୃଷ୍ଟିକୁ ଠାବ କରିବାକୁ
ଅଥବା ବିନାଶର ଅଭିନନ୍ଦନକୁ । (୨)
ସିନ୍ଦୁରା ଫାଟିବା ପୂର୍ବରୁ
ସିନ୍ଦୁର ଥାଏ ସିନ୍ଥିରେ
ଆଖି ନିଦ ମଳ ମଳ
ଦେହ ଅଳସପୂର୍ଣ୍ଣ
ଶୁଭିଯାଏ ଚୁଡିର ରୁଣ ଝୁଣ
ଇତଃସ୍ତତଃ ବାସନ କୁସନ
ଧା ଧପଡ ପାଦର ଧ୍ୱନି
ସେମିତି ଶୋଇରହିଥାଏ ସିନ୍ଥାଣି
ଭାରି ବ୍ୟସ୍ତ ଥାନ୍ତି ଘରଣୀ ।
ବ୍ୟସ୍ତତା ଭିତରେ ପଚାରିଦିଏ
କାହାକୁ ଅଧିକା ଭଲପାଅ
କବିତା ନା ବିଜ୍ଞାନ
ଶୁଣିଲି ସେ ଆସି ନାହିଁ
କାରଣ ବି ଜଣା ନାହିଁ
ଆଖି ଇତଃସ୍ତତଃ, ବ୍ୟସ୍ତ-ବିବ୍ରତ
ଦେହରେ ବହେ ଜର
କପଳେ କଷ୍ଟଗାର
ପେଟ ଟା ବି କଳ କଳ
ମନ ଟା ପୁରା ବିଷର୍ଣ୍ଣ
ହୋଇଛି ଯେ ହୋଇଛି
ଜମାରୁ କମୁନି
ଶନିବାର ବର୍ଷା ଭଳି
ସାତଦିନ ହେବ କି ତେରଦିନ । (୧ )
ଶହ ଶହ ଥର କହିଲି
ମୋର ଦରକାର ନାହିଁ ଛ' ମାଣ
ଆଠଗୁଣ୍ଠ ହିଁ ଯଥେଷ୍ଟ
ଦରକାର ନାହିଁ ଦେହ ସୁଖ, ଦୁଃଖ-ଅବଶୋଷ,
ଜମିଦାର ତଣ୍ଟିଚିପା, ମଙ୍ଗରାଜ ଅଟ୍ଟହାସ୍ୟ,
କାନ୍ଦି ହସିବାର ଅଭିପ୍ରାୟ
ସେ ଯେ ଅନେକ - ଅହେତୁକ କଷ୍ଟ;
କଷଟିରେ ଘଷି ହୋଇ ପରା
ତୁମକୁ ପାଇଛି
ଶିବ ମନ୍ଦିର ଯାଇନି କି ନଦୀ ପଠାରେ ବସିନି
The Birth Day
ବୋଉ
ତୁ ତ ସବୁଦିନେ ମନେ ପଡୁ
କାହିଙ୍କି କେଜାଣି
ଆଜି ବେଶୀ ମନେପଡୁ
ମନେପଡେ ତୋର
ସାରାଦିନ ଉପବାସ
ମନ୍ଦିର ଯିବାର ବେଶ
ବାପାଙ୍କସହ କଳି
ଚନ୍ଦନ ଟିପାର ଅଳି
ଦୀପ-ଧୂପର ଆବେଳି
ଆଉ ଛୋଟ-ସରୁ ଚକୁଳି ।
ମନେପଡନ୍ତି ସେ
ଇପ୍ସିତ ଈଶ୍ୱର, ନିଷ୍ଠାର ନଶ୍ୱର,
The Humming Sound
ଶୁଭେ
ପାଦ ଶବ୍ଦ ତୋର
ଦୂର-ଦୂରାନ୍ତରୁ, ଉପ-ଉପାନ୍ତରୁ
ପାଖରୁ, ନିକଟରୁ, ଅତି-ନିକଟରୁ
ନା ଥାଏ
ପାଦେ ତୋର
ପାଉଁଜି କି ପାୟଲ
ଝୁମୁକା, ଘୁଙ୍ଗୁର ଅବା ନୂପୁର
କିନ୍ତୁ
ଶୁଭେ ପାଦ ଶବ୍ଦ ତୋର
ତୁ ଯେବେ କଡ ଲେଉଟାଉ
ଲାତ କି ଗୋଇଠା ଟେ ମାରୁ
ସକାଳ ଅବା ସାୟାହ୍ନରେ
ସେହି ଗର୍ଭ-ଗୃହ ଭିତରେ
The Twanging Sound
ଉନ୍ମୁକ୍ତ କେଶ, ଖୋଲା ବେଣୀ
ଲୁହଭିଜା ଏକ ନିଃସହାୟ ନାରୀ
କୁରୁସଭାରେ...
ପଞ୍ଚବୀରର ରାଣୀ, ଘରଣୀ,
ଯଜ୍ଞ- ସମ୍ଭୂତା ଯାଜ୍ଞସେନୀ
କାହିଁଥିଲ-
ହେ ବନ୍ଧୁ ସଖା - ସହୋଦର
ଶରଶଯ୍ୟା ର ବିନ୍ଧାଣୀ
ଫାଲଗୁନି, ପାର୍ଥ, ଧନଞ୍ଜୟ ।
ତୁମେଥିଲ ବାକ୍ୟଶୁନ୍ୟ !!!
ଶୁଭୁନଥିଲା କି
ଆତୁର ଚିତ୍କାର, କରୁଣ କ୍ରନ୍ଦନ
କିବା ଥିଲ ତୁମେ
ବାହୁ ବଳହୀନ
The Deceitful
ତୁ ଠକିଛୁ ମୋତେ
କିଛି କହିବାରେ ଅଛି,
କେତେ ଇଛା ଅଛି,
ଖେଳନ୍ତି ତୋ ସାଥେ,
ବସନ୍ତି ତୋ ପାଖେ
ପାପୁଲି ରେ ପାପୁଲି ଥାପନ୍ତି
ହାତରେ ହାତ ଛନ୍ଦନ୍ତି
ଚିମୁଡ଼ି ଦିଅନ୍ତି .
ଆଉ ତୁ
ଦୂରେଇ ଯାଆନ୍ତୁ, ରୁଷି ବସନ୍ତୁ
ନିମିଷେ ଚୁପ୍ ରୁହନ୍ତୁ
ପୁଣି ହସି ଦିଅନ୍ତୁ ।
କିନ୍ତୁ
ତୋର ଦେଖା ନାହିଁ
ଦେଖା କରିବାର ମନ ବି ନାହିଁ
The Fear
ବାପା,
ମୋତେ ଡର ଲାଗେ
ଯେବେ ନିଆଁ ଧରେ ସେହି ଧଳା କାଗଜରେ
ଜଳିଉଠେ ଅନ୍ତଃସତ୍ତ୍ୱା କ୍ଷୁଦ୍ରାଂଶ,
ଦୃଶ୍ଯମାନ ହୁଏ ଏକ କଳା-ଲୋହିତ ଅଗ୍ରାଂଶ
ଭରିଯାଏ ଧୂଆଁ ଆଗରେ – ପଛରେନୀରବରେ, ନିର୍ଜନତାରେ, କଳା-ମିଟି ମିଟି ଅନ୍ଧାରରେ...ଜୁଳୁ ଜୁଳିଆ ପୋକ ଭଳି ଜଳୁଥିବା ଅଗ୍ରାଦେଶ ଦେଖାଇଦିଏ ତୁମ ମୁହଁ, ଚିହ୍ନାଏ ତୁମକୁ
ଧରାପକାଇଦିଏଯେବେ ଶୋଷିଚାଲ ଥରେ ନୁହେଁ,
ହଜାର ଥର – ବାରମ୍ବାର
ଦେଖିଲି ଏକ ଯୁବକ
ବୟସ ସତର କି ଅଠର ବର୍ଷ,
ନିଶ୍ଚୟ ଜଣେ କବି କି ଭାବୁକ,
ନିଜ ଜ୍ଞାତ ଭିତରୁ ବାଧ୍ଯ – ବହିଷ୍କୃତ;
ବସିଛି ଏକ ପୋଖରୀ ହୁଡାରେ
ପୂର୍ବ ଦିଗକୁ ମୁହଁକରି ,
ଏକ ଶୀତୁଆ ସକାଳରେ ।
ନିକ୍ଷିପ୍ତ ସେହି ପଦ୍ମ ପତ୍ର ଉପରେ
କମଳର କଅଁଳ ପାଖୁଡାରେ,
ଲକ୍ଷ୍ୟ ନିବିଷ୍ଟ ଦୁଇଟି କାକର – ବିନ୍ଦୁ ଠୋପା
ସେଥିରୁ ଝଲସି ଉଠୁଥିବା ଅରୁଣିମାର ଆଭା ..
ଆହା କି ମନଲୋଭା ..
ସମବେତ ପଚାଶ କି ବାଉନ ପିଲାଙ୍କ ମଧ୍ଯରୁ
ଶ୍ରେଣୀ କକ୍ଷରେ ସେ ହିଁ ଏକା
କରୁଥିଲା ହାତ ମୁଠା ମୁଠା
ଅଜଣାତରେ ବାମହସ୍ତ ଆଙ୍ଗୁଳିଦ୍ୱୟରେ
ନିଶୀଥ ଆଖିକୁ ସୁସ୍ଥ କରିବାର ଥିଲାକି ପ୍ରଚେଷ୍ଟା ।
ଥରେ କି ଦୁଇଥର ନୁହେଁ ଦଶ – ବାର ଥର
ହାତ ଉପରକୁ ଉଠିଲା
ଆଖି – ନାକ – ଗଳା ଦେଇ ବହିପରେ ଲେଉଟିଲା
ଚିହିଁକି ପଡିଲା ସେହି ଅର୍ଦ୍ଧ – ବୟଷ୍କର ଗର୍ଜନରେ
ବଡପାଟିର ପାଠପଢା ସାଜୁଥିଲା
ଅଜ୍ଞାତର ସୀମାନ୍ତରେ ଅଦୃଶ୍ଯ ଦର୍ଶକ
ସତେକି
ଶୁଷ୍କ ମାଘମାସେ ଆଷାଢର ମେଘ । ..
ବଣ - ମାଳ ଭିତରେ ଛୁପି ଛୁପି ଦେଖିଲା ସେ
ଧବଳ ପରିହିତା ପ୍ରୌଢ ସନ୍ନ୍ୟାସୀ
ଦିପ୍ତିମୟ ମୁଖ, ସୁଠାମ ଶରୀର, ଜ୍ଞାନପୂତ ଭାଷା
ସତେକି ଗୁଞ୍ଜରଣରତ ଏକ ଅନୁଚ୍ଚାରିତ ଖୁସି ।
ସାହାସ ବାନ୍ଧିଲା ଆଗକୁ ପଛକୁ ଚାହିଁଲା
ରାଜପୁତ୍ର ଗହଣରେ ଗୁରୁଙ୍କୁ ଖୋଜିଲା
ଖୋଜିଲା ପୁଣି ଅଦେଖା ଜ୍ଞାନର ଗଣ୍ଠିଲି
ଗୁରୁଙ୍କର ସେହି ଚିର ଚୈତନ୍ୟର ଥଳୀ ।
ଶୁଣିଥିଲା ସେ ଥଳୀ କାଳେ
ଚିର ଶାଶ୍ୱତ ଗୁରୁ-ଶିଷ୍ୟ ପ୍ରେମର ସମ୍ଭାର
ଶିକ୍ଷା - ସଂସ୍କାରର ମୁଣି
ଅନ୍ଧାର ନିମିତ୍ତ ଜ୍ୟୋତିର୍ମୟ ଭଳି
ଡେଵତୁଲ୍ୟ ତାହାର ଯେ ଅଧିକାରୀ ।
The Husband and Wife
ଶୋହଳଟି ଫଗୁଣ ପୂର୍ବେ
ନିଦାଘର ନିଶି ମଧ୍ୟେ, ବୈଶାଖୀର ବର୍ଷାସ୍ନାତେ
ପାଦରେ ପାଦ ଥାପି ସାତଫେରା ନେଇ ଅଗ୍ନିକୁ ସାକ୍ଷୀ ରଖି
ରାଗ - ରୋଷ - ମାନ - ଅଭିମାନ ଯଜ୍ଞରେ ଆହୁତି ଦେଇ
ଆମେ କାଳେ ହୋଇଗଲେ ...
ସହପାଠିରୁ ସହଚରି, ପ୍ରତିଦ୍ଵନ୍ଦିରୁ ପ୍ରତିଧ୍ୱନି,
ସାଥିରୁ ଜୀବନସାଥୀ, ପତି-ପତ୍ନୀ , ଦମ୍ପତି ।
ସେଦିନ
ଶ୍ରୁତିରତ ନିସ୍ତବ୍ଧତା ଅନୁଭବ କରୁଥିଲା ଅନୁଚ୍ଚାରିତ ଶବ୍ଦ
ସ୍ବପ୍ନ ସ୍ଵପ୍ଣନ୍ତରରେ ନିହିତ ନେତ୍ରଦ୍ୱୟ
କିବା ଦେଉଥିଲା ଆଗ୍ନେୟ ପରୀକ୍ଷା
ଦେଖିଲି ଏକ ଯୁବକ
ବୟସ ସତର କି ଅଠର ବର୍ଷ,
ନିଶ୍ଚୟ ଜଣେ କବି କି ଭାବୁକ,
ନିଜ ଜ୍ଞାତ ଭିତରୁ ବାଧ୍ଯ – ବହିଷ୍କୃତ;
ବସିଛି ଏକ ପୋଖରୀ ହୁଡାରେ
ପୂର୍ବ ଦିଗକୁ ମୁହଁକରି ,
ଏକ ଶୀତୁଆ ସକାଳରେ ।
ନିକ୍ଷିପ୍ତ ସେହି ପଦ୍ମ ପତ୍ର ଉପରେ
କମଳର କଅଁଳ ପାଖୁଡାରେ,
ଲକ୍ଷ୍ୟ ନିବିଷ୍ଟ ଦୁଇଟି କାକର – ବିନ୍ଦୁ ଠୋପା
ସେଥିରୁ ଝଲସି ଉଠୁଥିବା ଅରୁଣିମାର ଆଭା ..
ଆହା କି ମନଲୋଭା ..
ସମବେତ ପଚାଶ କି ବାଉନ ପିଲାଙ୍କ ମଧ୍ଯରୁ
ଶ୍ରେଣୀ କକ୍ଷରେ ସେ ହିଁ ଏକା
କରୁଥିଲା ହାତ ମୁଠା ମୁଠା
ଅଜଣାତରେ ବାମହସ୍ତ ଆଙ୍ଗୁଳିଦ୍ୱୟରେ
ନିଶୀଥ ଆଖିକୁ ସୁସ୍ଥ କରିବାର ଥିଲାକି ପ୍ରଚେଷ୍ଟା ।
ଥରେ କି ଦୁଇଥର ନୁହେଁ ଦଶ – ବାର ଥର
ହାତ ଉପରକୁ ଉଠିଲା
ଆଖି – ନାକ – ଗଳା ଦେଇ ବହିପରେ ଲେଉଟିଲା
ଚିହିଁକି ପଡିଲା ସେହି ଅର୍ଦ୍ଧ – ବୟଷ୍କର ଗର୍ଜନରେ
ବଡପାଟିର ପାଠପଢା ସାଜୁଥିଲା
ଅଜ୍ଞାତର ସୀମାନ୍ତରେ ଅଦୃଶ୍ଯ ଦର୍ଶକ
ସତେକି
ଶୁଷ୍କ ମାଘମାସେ ଆଷାଢର ମେଘ । ..