About Organisers

ଆୟୋଜକ ମଣ୍ଡଳୀ

The Ravenshaw University situated at Cuttack, Odisha came into existence on the 15th day of November, 2006. It was an up-gradation of Ravenshaw College established in 1868, one of the oldest and largest colleges in India which subsequently became an autonomous college with CPE status by UGC and 'A' grade by NAAC.

The history of this great institution is, in a manner of speaking, the history of modern Odisha. It was the cradle of ideas fostering national unity and nationalism, promoting social mobilization and gearing up the freedom struggle. The grand hall of this institution was a theater of history: on the 1st of April 1936 it was the venue for the declaration of Odisha as a separate province; thereafter it housed the state's first legislative assembly up to and even after independence till it was shifted to Bhubaneswar, the new capital of the state. It is well communicated from different parts of the country by Road, Rail and Bhubaneswar Airport. From Cuttack Railway Station (In & Out Main Gate) to University (Main Gate), it hardly 15 mins walk.

Address: Ravenshaw University Campus, Cuttack, Odisha 753003

http://www.ravenshawuniversity.ac.in

Vice Chancellor : Prof. Ishan Kumar Patro

The Institute of Odia Studies and Research (IOSR), Bhubaneswar is a non-profit voluntary organization that is devoted to the cause of Odia language, literature and culture as well as training and research in Odia in order to develop into a language of knowledge and development. It played a key role in getting the Odia Language recognized by the Central Government in 2014 as a Classical Language. It has entered into a MoU with the Govt. of Odisha for ensuring extensive usage of Odia language in Government and with Utkal University for Computational Linguistics. IOSR prepared a handbook titled, “Odiā Bhāshā Sahachara” with CMGI for Governance in Odia language. It has been imparting regular training through Odia medium to candidates aspiring for getting into various All-India and State administrative positions. It has organized four National Language Conferences, during 2014–17.

ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ, ଓଡିଶାର ଆଧୁନିକ ଶିକ୍ଷାଧାରାର ଏନ୍ତୁଡିଶାଳ । ଏହି ବିଶ୍ୱବିଦ୍ୟାଳୟ ୧୮୬୮ ମସିହାରେ ପ୍ରଥମେ ବିଦ୍ୟାଳୟ ଓ ପରେ ମହାବିଦ୍ୟାଳୟ ଭାବରେ ପ୍ରତିଷ୍ଠା ଲାଭ କରିବା ପରେ ୨୦୦୬ ମସିହାରୁ ଏକକ ବିଶ୍ୱବିଦ୍ୟାଳୟ ଭାବରେ ନିଜସ୍ୱ ପରିଚୟ ସୃଷ୍ଟି କରିଛି । ଏହା କେବଳ ଓଡିଶା ନୁହେଁ, ସମଗ୍ର ଭାରତ ତଥା ଭାରତ ବାହାରେ ଏକ ଖ୍ୟାତିପ୍ରାପ୍ତ ଆଦର୍ଶ ଶିକ୍ଷାନୁଷ୍ଠାନ ଭାବରେ ଉନ୍ନତ ଶିକ୍ଷା ବ୍ୟବସ୍ଥାର ନେତୃତ୍ୱ ନେଉଥିବାବେଳେ ଆଧୁନିକ ଓଡିଶାର ଅତୀତକୁ ଅତି ଚମତ୍କାର ଭାବେ ବର୍ଣ୍ଣନା କରିଆସୁଅଛି। ଏହି ଅନୁଷ୍ଠାନ ଓଡିଶାର ରାଜନୀତି, ସାହିତ୍ୟ, ଦର୍ଶନ, ବିଜ୍ଞାନ, ଜାତି ଓ ଜାତୀୟତାବାଦ ଏବଂ ସାମାଜିକ ବିକାଶ ତଥା ବୌଦ୍ଧିକ ଚେତନାର ପ୍ରତ୍ୟକ୍ଷଦର୍ଶୀ ଭାବେ ଦୀର୍ଘ ଏକ ଶତାବ୍ଦୀ ଧରି ବିଦ୍ୟମାନ । ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଓଡିଶା ଏକ ପୃଥକ ତଥା ସ୍ୱତନ୍ତ୍ର ପ୍ରଦେଶ ଭାବରେ ଏହି ସ୍ଥାନରେ ଘୋଷଣା କରାଯାଇଥିଲା ତଥା ସ୍ୱତନ୍ତ୍ର ଓଡିଶା ପ୍ରଦେଶର ବିଧାନସଭା ଏହାରି ପରିସରରେ ଦୀର୍ଘଦିନ ଧରି କାର୍ଯ୍ୟ କରିଥିଲା । ଭାରତ ସରକାରଙ୍କ ମାନବ ବିକାଶ ମନ୍ତ୍ରଣାଳୟଦ୍ୱାରା ସ୍ଥିରୀକୃତ ଭାରତର ଉନ୍ନତ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏହା ‘ଏ’ ତାଲିକାଭୁକ୍ତ ହୋଇ ଏକ ଉନ୍ନତ ଶୈକ୍ଷିକ ପରିବେଶର ସୃଷ୍ଟିକର୍ତ୍ତା ଭାବରେ ସ୍ୱୀକୃତି ଲାଭ କରିଛି । ଏହି ବିଶ୍ୱବିଦ୍ୟାଳୟର ଶିକ୍ଷକଗଣ ଅତି ଉଚ୍ଚଶିକ୍ଷିତ, ଦକ୍ଷ ଓ ମେଧା ସମ୍ପନ୍ନ ତଥା ବିଦ୍ୟା ଓ ବିଦ୍ୟାର୍ଥୀ ଅନୁରାଗୀ । ଉଚ୍ଚଶିକ୍ଷା ସହିତ ବିଭିନ୍ନ ବିଷୟକ ଗବେଷଣା କ୍ଷେତ୍ରରେ ଓଡିଶାର ସ୍ୱତନ୍ତ୍ର ଚିହ୍ନ ରଖିବାପାଇଁ ଏମାନେ ସଂକଳ୍ପବଦ୍ଧ ।

ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା, ଭୁବନେଶ୍ୱର ଓଡିଆ ଭାଷାକୁ ଜ୍ଞାନ ଓ ବିକାଶର ଭାଷା ଭାବରେ ପ୍ରତିଷ୍ଠିତ କରିବା ଉଦେ୍ଧଶ୍ୟରେ ୨୦୧୧ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ଦୀର୍ଘ ବର୍ଷ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରୁଥିବା ଉକ୍ତ ଅନୁଷ୍ଠାନ ନିଜସ୍ୱ ଉଦ୍ୟମରେ ଓଡିଆଭାଷାର ଶାସ୍ତ୍ରୀୟମାନ୍ୟତାପାଇଁ ଗବେଷଣାତ୍ମକ ସନ୍ଦର୍ଭ ପ୍ରସ୍ତୁତ କରିବା ସହିତ ଉଭୟ ବୌଦ୍ଧିକ ଓ ସାମାଜିକ କାର୍ଯ୍ୟ ଗ୍ରହଣ କରିଥିବାରୁ ଓଡିଆଭାଷାକୁ ଏହି ସଫଳତା ମିଳିପାରିଛି । ଶାସ୍ତ୍ରୀୟତା ପରବର୍ତ୍ତୀ କାର୍ଯ୍ୟ ସ୍ୱରୂପ କ୍ରମାଗତ ଭାବରେ ୪ଟି “ଜାତୀୟ ଭାଷା ସମ୍ମିଳନୀ” ଆୟୋଜନ କରାଇ

ଦେଶବିଦେଶର ବିଭିନ୍ନ ବିଦ୍ୱାନଙ୍କ ଗବେଷଣାଲବ୍ଧ ତଥ୍ୟ ସହାୟତାରେ ଓଡିଆଭାଷା, ସଂସ୍କୃତି ଓ ଐତିହ୍ୟ- ପରମ୍ପରା, ଅର୍ଥନୀତି, ଜ୍ଞାନ ଓ ବିଜ୍ଞାନ ସମ୍ପର୍କୀତ ଅନେକ ଲୁକ୍କାୟିତ ତଥ୍ୟ ଲୋକଲୋଚନକୁ ଆଣିପାରିଛି ।

ଯାହା ଫଳରେ ଏସବୁ କାର୍ଯ୍ୟକ୍ରମ ଉଭୟ ‘କେନ୍ଦ୍ରୀୟ କ୍ଲାସିକାଲ ଓଡିଆ ସଂସ୍ଥା’ ଏବଂ ‘ଓଡିଆ ବିଶ୍ୱବିଦ୍ୟାଳୟ’ ପ୍ରତିଷ୍ଠାପାଇଁ ଭବିଷ୍ୟତ କାର୍ଯ୍ୟକ୍ରମ ଦିଗରେ ନୂଆ ଚିନ୍ତାଧାରା ସୃଷ୍ଟି କରିଛି ।

ଶାସ୍ତ୍ରୀୟ ମାନ୍ୟତା ପରେ ଏହି ଅନୁଷ୍ଠାନ ଭାରତୀୟ ତଥା ଓଡିଆ ଲିପିର ଉତ୍ପତ୍ତି ଓ ବିକାଶକ୍ରମ ଉପରେ ଗବେଷଣାକାର୍ଯ୍ୟ କରୁଅଛି । ଚଳିତ ବର୍ଷଠାରୁ ଏକ ଗବେଷଣାଧର୍ମୀ ଷାଣ୍ମାସିକ ପତ୍ରିକା “ଭାଷା” ପ୍ରକାଶ କରିବାକୁ ଯାଉଛି ।

ସେହିପରି ଓଡିଆକୁ କାର୍ଯ୍ୟାଳୟର ଭାଷା କରିବାପାଇଁ ରାଜ୍ୟ ସରକାରଙ୍କ ‘ଆଧୁନିକୀକରଣ ଉଦଯୋଗ କେନ୍ଦ୍ର’ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରି ଆବଶ୍ୟକୀୟ ବୈଷୟିକ ଜ୍ଞାନ ପ୍ରଦାନ କରୁଛି । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗଦ୍ୱାରା ପ୍ରକାଶିତ “ଓଡିଆ ଭାଷା ସହଚର” ପୁସ୍ତକର ପରିମାର୍ଜିତ ଓ ପରିବର୍ଦ୍ଧିତ ସଂସ୍କରଣ ପ୍ରସ୍ତୁତ କରିବାରେ ଏହି ଅନୁଷ୍ଠାନ ମୁଖ୍ୟ ଭୂମିକା ଗ୍ରହଣ କରିଛି । ଏପରିକି ଏହି ଅନୁଷ୍ଠାନଦ୍ୱାରା ପ୍ରସ୍ତୁତ ଓଡିଆ ସଫ୍ଟୱେର “ପଥିସୂତ୍ର” ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି । ଏହି ସଫ୍ଟୱେରର ବିଶେଷତ୍ୱ ହେଲା ଓଡିଆ ବ୍ୟାକରଣିକ ସଂରଚନା ଓ ଧ୍ୱନିତାତ୍ତ୍ୱିକ ପଦ୍ଧତିରେ ପ୍ରସ୍ତୁତ ଓ ଏହାଦ୍ୱାରା ଲିଖିତ ଶବ୍ଦର ତ୍ରୁଟିକୁ ସ୍ୱୟଂକ୍ରିୟ ଭାବରେ ସଂଶୋଧନ କରିପାରିବ । ଏହା ବ୍ୟତୀତ ଓଡିଆ କମ୍ପ୍ୟୁଟରୀକୃତ ଭାଷାବିଜ୍ଞାନ ବିଷୟରେ ଉଚ୍ଚତ୍ତର ଗବେଷଣାପାଇଁ ଏକ ଉକ୍ରର୍ଷ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ଉକ୍ରଳ ବିଶ୍ୱବିଦ୍ୟାଳୟ ସହିତ ଆଉ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

ଏହି ଅନୁଷ୍ଠାନର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ଓଡିଆ ମାଧ୍ୟମର ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟିପାଇଁ ପ୍ରଶାସନିକ ସେବା ପରୀକ୍ଷାର୍ଥୀଙ୍କୁ ଓଡିଆରେ ପ୍ରଶିକ୍ଷଣ ପ୍ରଦାନ ସହିତ ଏକମାତ୍ର ପ୍ରତିଯୋଗିତାମୂଳକ ମାସିକ ପତ୍ରିକା “ସିଭିଲ ସର୍ଭିସ ପଥି” ଓଡିଆଭାଷାରେ ପ୍ରକାଶନ

Organizing committee

  • Chairman: Dr. D. P. Pattanayak, Padma Shri (Chancellor, Centurion University, Andhra Pradesh)
  • Vice Chairman: Prof. Omkarnath Mohanty (Former VC, BPUT)
  • Secretary: Dr. Subrat Kr. Prusty (Member Secy. IOSR)
  • Joint Secretary: Dr. Biswanandan Dash (Asst. Prof., CUTM)
    • Prof.(Dr.) Ajit Kumar Nayak (Head, Department of CS & IT, SOA)
  • Organising Secretary: Sj. Sudarshan Das (Secy, Human Dev. Foundation)
  • Reception Committee
    • Chairman: Prof. Ishan Kumar Patra (VC, Ravenshaw University)
    • Local Convener : Prof. Subhra Prakash Das (Dean School of Languages)
    • Joint Convener : Prof.Natabara Satapathy (Vice-Chairman, IOSR)
    • Members:
      • Sj. Sivaji Nayak,IRS
      • Dr. Urmeeshree Bedamatta (English)
      • Dr. Bijaylaxmi Dash (Odia)
      • Dr. Abhishek Sharma (Hindi)
      • Dr. Yudhisthir Das (Sanskrit)
  • ଅଧ୍ୟକ୍ଷ : ପ୍ରଫେସର (ଡକ୍ଟର) ଦେବୀ ପ୍ରସନ୍ନ ପଟ୍ଟନାୟକ (କୁଳାଧିପତି, ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ, ବିଶାଖପାଟଣା)
  • ଉପାଧ୍ୟକ୍ଷ : ପ୍ରଫେସର (ଡକ୍ଟର) ଓଁକାରନାଥ ମହାନ୍ତି (ପ୍ରାକ୍ତନ କୁଳପତି, ବିଜୁ ପଟ୍ଟନାୟକ ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟ, ଓଡିଶା)
  • ସମ୍ପାଦକ : ଡକ୍ଟର ସୁବ୍ରତ କୁମାର ପୃଷ୍ଟି (ସଦସ୍ୟ ସଚିବ, ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା, ଭୁବନେଶ୍ୱର)
  • ସଂଯୁକ୍ତ ସମ୍ପାଦକ : ଡକ୍ଟର ବିଶ୍ୱନନ୍ଦନ ଦାଶ (ପ୍ରାଧ୍ୟାପକ, ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ)

: ପ୍ରଫେସର (ଡକ୍ଟର) ଅଜିତ ନାୟକ (ବିଭାଗୀୟ ମୁଖ୍ୟ, କମ୍ପ୍ୟୁଟର ଏବଂ ସୂଟନା ବୈଷୟିକ ବିଭାଗ, ସୋଆ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର)

  • କାର୍ଯ୍ୟକ୍ରମ ସମ୍ପାଦକ : ଶ୍ରୀଯୁକ୍ତ ସୁଦର୍ଶନ ଦାସ (ସମ୍ପାଦକ, ମାନବ ସମ୍ବଳ ବିକାଶ ଫାଉଣ୍ଡେସନ, ଭୁବନେଶ୍ୱର)
  • ଆଭ୍ୟର୍ଥନା କମିଟି

ଅଧ୍ୟକ୍ଷ : ପ୍ରଫେସର (ଡକ୍ଟର) ଈଶାନ କୁମାର ପାତ୍ର (କୁଳପତି, ରେଭେନ୍ସା ବିଶ୍ୱବିଦ୍ୟାଳୟ)

ଆବାହକ : ପ୍ରଫେସର ଶୁଭ୍ରପ୍ରକାଶ ଦାସ (ଡିନ, ଭାଷା ସ୍କୁଲ, ରେଭେନ୍ସା ବିଶ୍ୱବିଦ୍ୟାଳୟ)

: ପ୍ରଫେସର ନଟବର ଶତପଥୀ (ଉପାଧ୍ୟକ୍ଷ, ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା)

ସଦସ୍ୟ : ଡକ୍ଟର ଉର୍ମିଶ୍ରୀ ବେଦମତ୍ତା (ଅଧ୍ୟାପକ, ଇଂରାଜୀ ବିଭାଗ)

: ଡକ୍ଟର ବିଜୟଲକ୍ଷ୍ମୀ ଦାଶ (ଅଧ୍ୟାପକ, ଓଡିଆ ବିଭାଗ)

: ଡକ୍ଟର ଅଭିଷେକ ଶର୍ମା (ଅଧ୍ୟାପକ, ହିନ୍ଦୀ ବିଭାଗ)

: ଡକ୍ଟର ଯୁଧିଷ୍ଠିର ଦାସ (ଅଧ୍ୟାପକ, ସଂସ୍କୃତ ବିଭାଗ)

ସମ୍ପର୍କ:

ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା,

୩ ଆର ୯, ବିଜେବି ନଗର ଭୁବନେଶ୍ୱର- ୭୫୧୦୧୪,

ଦୂରଭାଷା- ୦୬୭୪-୨୪୩୪୫୦୫/୯୦୯୦୪୬୫୭୫୮

ଇ-ମେଲ: : nlc5th19@gmail / iosrodisha@gmail.com

https://sites.google.com/view/nlc5/

www.languageconference.in

www.iosrodisha.in

କଥା ହୁଅନ୍ତୁ:

ଡକ୍ଟର ସୁବ୍ରତ କୁମାର ପୃଷ୍ଟି : ୯୦୯୦୪୬୫୭୫୮

ଡକ୍ଟର ବିଶ୍ୱନନ୍ଦନ ଦାଶ : ୯୪୩୭୪୭୩୩୫୦

ଡକ୍ଟର ଅଜିତ ନାୟକ : ୯୩୩୮୭୪୯୯୯୨

Technical Program Committee

  • Dr. Gopabandhu Mohanty
  • Dr. Biswanandan Dash
  • Dr. Ajit Kumar Nayak