Our Goals
&
Mission
Our Goals
&
Mission
It is a public school from Class-I to Class -X. It provides co-education. Hostel facilities are available for both boys and girls from Class-III to Class-X. Recognized by Govt of Odisha and register under Indian trusts act.Our goal is development of students & providing a quality and better education to all in a minimum price range. our school empowers your child in a journey to the world beyond. Medium of instruction is odia.
-:ନବାରୁଣ ଶିଶୁ ବିଦ୍ୟା ମନ୍ଦିର ପରମପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବଙ୍କ ଆଶୀର୍ବାଦ:-
ଉପକ୍ରମ: ଅନୁକୂଳାବ୍ଦ ୫୭, ଶତାବ୍ଦ ୧୯୨୪ ଓ ମସିହା ୨୦୦୧ ମେ ମାସରେ ପୁଣ୍ୟ ପବିତ୍ର ପୁରୀ ଠାକୁରବାଡ଼ିଠାରେ, ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବ ଭବନ ସମ୍ମୁଖରେ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବଙ୍କ ଦ୍ଵାରା ଆଶୀର୍ବାଦ ଓ ‘ନାମକରଣ’ରେ ଆନନ୍ଦ ମୁଖରିତ ହୋଇଉଠିଥିଲା ପବିତ୍ର ଆଶୀର୍ବାଦପୃଷ୍ଟ ଏହି “ ନବାରୁଣ ଶିଶୁ ବିଦ୍ୟା ମନ୍ଦିର” ।ଏହା ୨୦୦୨ ମସିହା ଜାନୁୟାରୀ ୨୩ ତାରିଖ ଶୁକ୍ରବାର ପବିତ୍ର ଲଗ୍ନରେ ଦିବା ଘ. ୩.୩୦ ମି. ସମୟରେ ଡ଼ୁମୁଡ଼ୁମା, ଭୁବନେଶ୍ଵର ଠାରେ ସୁଚିନ୍ତିତ ଭାଇ ଓ ମା’ ମାନଙ୍କ ଦ୍ୱାରା ସାକାର ଲାଭ କଲା ।
ଭାରତର ଶିକ୍ଷା ଖସଡ଼ା ଓ ଶିକ୍ଷାର ମାନଦଣ୍ଡକୁ ନେଇ ତାର ଗନ୍ତବ୍ୟ ପଥରେ ଆଗେଇ ଚାଲିଛି, କିନ୍ତୁ ଡ଼ୋନେସନକୁ ଭିତ୍ତିକରି– ଭକ୍ତ ଅନୁଷ୍ଠାନରେ ନାମଲେଖା ଅତି ସହଜ ଓ ସରଳ । ଏଠାରେ ଡ଼ୋନେସନ ନାହିଁ ଏବଂ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପୁନଃ ନାମଲେଖା ଶୁକ୍ଳ ନାହିଁ । ଓଡ଼ିଆ ମାଧ୍ଯମ ସହିତ ହିନ୍ଦି, ଇଂରାଜୀ, ବଙ୍ଗଳା, ଉର୍ଦୁ ଓ ସଂସ୍କୃତ ଭାଷାର ସମନ୍ବୟ ଶିକ୍ଷାର ପ୍ରସାର ଲାଭ କରିଛି । ଅରୁଣ୩+, ଉଦୟ୪+ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଆପଣମାନେ ଛାତ୍ରଛାତ୍ରୀମାଙ୍କର ନାମ ଲେଖାଇପାରିବେ ।
ଓଡ଼ିଶାର ଯେକୌଣସି ଯାଗାରୁ ଆସି ଛାତ୍ରାବାସ ନିମନ୍ତେ ନାମ ଅନ୍ତର୍ଭୁକ୍ତ କରି ବିଦ୍ୟାଳୟରେ ଅଧ୍ୟୟନ କରିପାରିବେ । ଛାତ୍ର ଓ ଛାତ୍ରୀମାନଙ୍କ ନିମନ୍ତେ ଛାତ୍ରାବାସଟି ଉଦ୍ଦିଷ୍ଟ । ଭୁବନେଶ୍ଵରର ବିଭିନ୍ନ ଜାଗାରୁ ଛାତ୍ରଛାତ୍ରୀମାନେ ଆସି ନାମ ଲେଖାଇ ପଢି ପଢିପାରିବେ । ଯାନବାହନର ବାହନର ସୁବ୍ୟବସ୍ଥା ରଖାଯାଇଛି । ପରମପ୍ରେମମୟ ଶ୍ରୀ ଶ୍ରୀ ଠାକୁରଙ୍କ ପାଦପଦ୍ମରେ ବିନୀତ ପ୍ରଣାମ ଜଣାଇ ଆପଣଙ୍କର ଶୁଭେଚ୍ଛା କାମ କାମନା କରେକି, ଆପଣ ତଥା ଆପଣଙ୍କ ପୁତ୍ର ପୁତ୍ରାଦିକ୍ରମେ ଏ ନବାରୁଣ ଶିଶୁବିଦ୍ୟା ମନ୍ଦିରର ସୁବିଧା ଓ ସୁଯୋଗ ଗ୍ରହଣ କରନ୍ତୁ ଏବଂ ଅନ୍ୟମାନଙ୍କୁ ସୁଯୋଗ ପାଇବାରେ ସାହାଯ୍ୟ କରନ୍ତୁ ।
ପୂଜନୀୟ ଆଚାର୍ଯ୍ୟ ଦେବଙ୍କ ଆଶୀର୍ବାଦ ପୃଷ୍ଟ "ନବାଗୁଣ ଶିଶୁ ବିଦ୍ୟା ମନ୍ଦିର” ଟି ଆଜିକୁ ୨୦ ବର୍ଷ ଧରି ଓଡିଶା ସରକାରଙ୍କ ଶିକ୍ଷା ଖସଡା ଓ ଶ୍ରୀଶ୍ରୀଠାକୁରଙ୍କ ଐଶୀ କୃପାକୁ ବହନ କରି ତାର ଚଲା ପଥରେ ଅଗ୍ରଣୀ ହୋଇ ଗଳିଛି । ଉକ୍ତ ଅନୁଷ୍ଠାନରେ ଛାତ୍ରଛାତ୍ରୀମାନେ ଅରୁଣ(KG-I), ଉଦୟ (KG-II) ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଲାଭ କରିଥାଆନ୍ତି । ଓଡିଶାର ସମସ୍ତ ଗୁରୁଭାଇ ଓ ଗୁରୁମା'ଙ୍କ ସହଯୋଗ କାମନା କରୁଅଛୁ ।
ଶିକ୍ଷା ଖସଡା : ଓଡିଶା ସରକାରଙ୍କ ଶିକ୍ଷା ଖସଡା ସହ " ନବୋଦୟ ଶିକ୍ଷା ବିକାଶ ସଂସ୍ଥାନ " ଦ୍ୱାରା ପରିଗଳିତ ସଂପୂର୍ଣ ମାଧ୍ଯମ ଓଡିଆ । କିନ୍ତୁ ଅରୁଣ ଶ୍ରେଣୀ ଠାରୁ ହିନ୍ଦି, ଇଂରାଜୀ, ସଂସ୍କୃତ ଓ ବଙ୍ଗଳା ଭାଷା ସହ କମ୍ପ୍ୟୁଟର, ସଂଗୀତ, କଳା, ଯୋଗ ଓ କୁଶଳା ଶିକ୍ଷାର ପ୍ରଚଳନ ରହିଛି ।
ଛାତ୍ରାବାସର ସୁବିଧା :-
୧) ଏହି ଶିଶୁ ମନ୍ଦିର ଜରିଆରେ ଶ୍ରୀରାମକୃଷ୍ଣ ସୁବୁଦ୍ଧି ଛାତ୍ରାବାସ ନାମରେ ଏକ ଛାତ୍ରାବାସ ରହିଛି । ଏଠାରେ ଉଭୟ ପୁଅ ଏବଂ ଝିଅମାନେ ୨ୟ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିବାର ସୁବିଧା ଅଛି । ପ୍ରତି ପ୍ରତ୍ୟେକ ଅଲଗା ଅଲଗା ରହିବାର ବ୍ୟବସ୍ଥା ରଖାଯାଇଛି।
୨) ଘରୋଇ ଚଳଣୀ ସହିତ ପରିବାରକୈନ୍ଦ୍ରିକ ଶିକ୍ଷାକୁ ଆଧାର କରି କର୍ମଭିଭିକ ଶିକ୍ଷା ସହ ଛାତ୍ରଛାତ୍ରୀମାନଙ୍କୁ ଧ୍ୟାନ, ଯୋଗ, ପ୍ରାଣାୟମ, ଗୁରୁବନ୍ଦନା ସହ ନିତ୍ୟ ସକାଳ ସନ୍ଧ୍ୟାରେ ଶ୍ରୀଶ୍ରୀଠାକୁରଙ୍କ ନିତ୍ୟ ପ୍ରାର୍ଥନା କରିବାର ସୁଯୋଗ ମିଳିଥାଏ । ସକାଳୁ ବ୍ରାହ୍ମ ମୁହୂତରୁ ଇଷ୍ଟଭୂତି କଲାପରେ ଶିକ୍ଷା କ୍ଷେତ୍ରରେ ନିୟୋଜିତ ହୋଇଥାଆନ୍ତି।
୩) ପାକଶାଳା (ରନ୍ଧନ କାର୍ଯ୍ୟ) : ବିପ୍ରଙ୍କ ଦ୍ଵାରା ପରିଗଳନା ଓ ସଂପୂର୍ଣ ନିରାମିଷ ଅଟେ ।
ସହଯୋଗ: ଓଡିଶାର ଯେକୌଣସି ସ୍ଥାନରୁ ଗୁରୁଭାଇ ବା ଗୁରୁମା'ମାନେ ସେମାନଙ୍କର ପୁଅ ଝିଅମାନଙ୍କୁ ଭକ୍ତ ଅନୁଷ୍ଠାନରେ ଅଧୟନ ନିମନ୍ତେ ନିର୍ଭୟରେ ଭରସା ଯୋଗ୍ୟ ମନେକରି ପିଲାମାନଙ୍କୁ ଛାଡି ପାରିବେ ।
ଲକ୍ଷ୍ୟ : ଶିକ୍ଷା ଜଗତରେ ଛାତ୍ର ସମାଜର ଏକ ସୁସ୍ଥ, ସୁନ୍ଦର, ସମନ୍ବୟ, ଏକ୍ୟ ପ୍ରତିଷ୍ଠା କରି ସୁନ୍ଦର ସଂସ୍କାର ଭିଭିକ ଛାତ୍ରଟିଏ ସମାଜରେ ତିଆରି କରିବାହିଁ ଆମର ଏକମାତ୍ର ଲକ୍ଷ୍ୟ।
ଉଦ୍ଦେଶ୍ୟ : କେବନ ଭୁବନେଶ୍ଵର କାହିଁକି ଅନ୍ୟତ୍ର ଓଡିଶାର ବିଭିନ୍ନ ଜିଲ୍ଲାରେ ଗୁରୁଭାଇମାନେ ଆମ ସହିତ ଯୋଗାଯୋଗ କରି ଏହି ନବୋଦୟ ଶିକ୍ଷା ବିକାଶ ସଂସ୍ଥାନ ମାଧ୍ୟମରେ ଏବଂ ପୂଜନୀୟ ବାବାଇବାଙ୍କ ଆଶୀର୍ବାଦ ଆଣି ନୂତନ ଶାଖା ଖୋଲିବାରେ ଇଚ୍ଛା ପ୍ରକାଶ କଲେ ଆମେ ସହଯୋଗ କରିବୁ।
-:ପ୍ରସ୍ତାବନା:-
ନବାରୁଣ ଶିଶୁ ବିଦ୍ୟା ମନ୍ଦିର ଭାରତୀୟ ସଂସ୍କୃତି ଓ ସତସଙ୍ଗ ମାର୍ଗଦର୍ଶନ ଉପରେ ପର୍ଯ୍ୟବେସିତ । ଛାତ୍ରଛାତ୍ରୀମାନଙ୍କୁ ଦେଶପ୍ରେମ, ଆଚାର ବ୍ୟବହାର, ଚାଲିଚଳନ ଶିକ୍ଷାଦେବା ବିଦ୍ୟାଳୟର ମୁଖ୍ୟ ଉଦ୍ଦେଶ୍ୟ ଅଟେ । ଏଠାରେ ସହଶିକ୍ଷା ଅଧ୍ୟୟନର ବ୍ୟବସ୍ଥା ଅଛି । ଏହା ଏକ ସ୍ଵତନ୍ତ୍ର ପରିଚାଳନା କମିଟି ଦ୍ୱାରା ନବୋଦୟ ଶିକ୍ଷା ବିକାଶ ସଂସ୍ଥାନ, ଓଡ଼ିଶାଙ୍କ ମାଗଦର୍ଶନରେ ପରିଚାଳିତ ହୁଏ । ବିଦ୍ୟାଳୟଟି ସ୍ଵତନ୍ତ୍ର ପରିଚାଳନା କମିଟି ତଥା ସତ୍ସଙ୍ଗୀ ଭାଇ ଓ ମା’ ମାନଙ୍କ ଦ୍ବାରା ପରିଚାଳିତ ।
ଶିକ୍ଷାଦାନର ମାଧ୍ଯମ ଓ ପାଠ୍ୟକ୍ରମ : ନବାରୁଣ ଶିକ୍ଷା ମନ୍ଦିରରେ ଶିକ୍ଷାଦାନର ମାଧ୍ଯମ ଓଡ଼ିଆ ଅଟେ । କିନ୍ତୁ ଉନ୍ନତମାନ ନିମନ୍ତେ ପ୍ରଥମତଃ ଅରୁଣ ଶ୍ରେଣୀଠାରୁ ଇଂରାଜୀ, ପ୍ରଥମ ଶ୍ରେଣୀରୁ ହିନ୍ଦି, ଦ୍ଵିତୀୟ ଶ୍ରେଣୀରୁ ସଂସ୍କୃତ, ଚତୁର୍ଥ ଶ୍ରେଣୀରୁ କଳାସଙ୍ଗୀତ, ଷଷ୍ଠ ଶ୍ରେଣୀରୁ ସ୍ପୋକେନ୍ ଇଂରାଜୀ ଶିକ୍ଷା ଦିଆଯାଏ । ଏହା ବ୍ୟତିତ ଶାରୀରିକ ଶିକ୍ଷା, ଆଧ୍ୟାତ୍ମିକ ଶିକ୍ଷା, ବୈଦିକ ଶିକ୍ଷା, ଯୋଗାସନ, ବ୍ୟାୟାମ, ରାମାୟଣ, ମହାଭାରତ, ଭଗବତ୍, କୋରାନ, ବାଇବେଲ ଉପରେ ଆଲୋକପାତ କାରଯାଏ | କମ୍ପ୍ୟୁଟର, ଟିଭି, ରେଡ଼ିଓ, ପ୍ରବନ୍ଧ, ଚିତ୍ରାଙ୍କନ, ଯୋଗାସନ ମାଧ୍ୟମରେ ଓ ପଶୁପକ୍ଷୀ, ବୃକ୍ଷଲତା ସରିସୃପ ମାଧ୍ୟମରେ ଶିକ୍ଷାଦାନର ଏକ ବିଶେଷ ଆକର୍ଷଣ । ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରବର୍ଣିତ ପାଠ୍ୟଖସଡ଼ା ସହ ବନ୍ଧିତ ଅଟେ ।
ବି.ଦ୍ର. : ଉକ୍ତ ଅନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କୁ କୁଶଳୀ ଓ କାରୀଗରୀ ଶିକ୍ଷା ଦିଆଯାଏ।