English Bio of the Temple : 

There Are a famous shiv Temple in Kendusahi village  Near Sakhigopal, Puri. Which know as Swapneswar Temple. The God & temple how much old It could be not countable. But recordings of lokakatha/history  says it was Built by Puri Gajapati Sri Ramachadra Dev (First) between 1570-1600 A.D. After that, Gajapati built the temple and deeded almost the land in the name of Baba and Maa Rudrayani, now only half of it (9 acres and 60 dcimils) is visible.

From National Highway 316, passing through Puri-Bhubaneswar, Pattanaikia Street (the village situated in 500mtsdistances form here) from here on the way to Barala Balunkeshwar(Gopabandhu Marg, Suando) , Kendusahi village is here. Baba Swapnewar and this ancient temple is located in our village . Another way   while passing through Puri-Bhubaneswar road a street name Chaudabatia you came  from here to the temple just 5mins .

      But Unfortunately, even though this beautiful temple is so old, the government does not take over its work, so the various        policies and work of the temple are considered irregular.

 Kindly for your information, the temple is only for Sankranti, it is open for more time during various festivals and throughout the day during Ramparayan, Astprahari, Mahashivaratri and on other days the temple is closed after the ritual. In 1998, the temple was renovated and cement plastered over the old carved stone.

ସ୍ଵପ୍ନେଶ୍ଵର ମନ୍ଦିରର ସବିଶେଷ ତଥ୍ୟ-

        ସତ୍ୟବାଦୀ(ସାକ୍ଷୀଗୋପାଳ)ର ଶିବାୟତନ ଯେତିକି ପ୍ରାଚୀନ ସେତିକି ରହସ୍ୟମୟ ସେହି ପ୍ରାଚୀନ ପୀଠ ମଧ୍ୟରୁ ଅଗ୍ରଗଣ୍ୟ ହେଉଛି ବାବା ଶ୍ରୀ ସ୍ୱପ୍ନେଶ୍ୱର ମହାଦେବ ମନ୍ଦିର, କେନ୍ଦୁସାହି-ହରିଶଙ୍କରପୁର। ମହାପ୍ରଭୁ ସ୍ୱପ୍ନେଶ୍ୱର କେତେ ପୁରୁଣା ତାହା କହି ହେବନି କେବଳ ମନ୍ଦିରର ନିର୍ମାଣଶୈଳୀ ଓ ଲୋକକଥା ଏବଂ ଇତିହାସ କୁହେ ଏହା ପୁରୀ ଗଜପତି ପ୍ରଥମ ରାମଚନ୍ଦ୍ରଦେବଙ୍କ (୧୫୬୮-୧୬୦୦) କୀର୍ତ୍ତି। 

            କିମଦନ୍ତୀ ଅନୁସାରେ ପ୍ରତିଦିନ ଏକ ଗାଇ ଆସି ଏହି ସ୍ଥାନରେ ଥିବା କେନ୍ଦୁବଣର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଥିବା ଗର୍ତ୍ତରେ ପହ୍ନାରୁ ଆପେଆପେ କ୍ଷୀର ଝରେ ଏହାପରେ ଗଉଡ ସନ୍ଧାନରେ ଆସି ଏକଥା ଦେଖି ରାଜାଙ୍କୁ କହିଛି। ତତ୍ପରେ ବାବା ସ୍ୱପ୍ନରେ ଦେଉଳ ତୋଳାଇବାକୁ ଆଦେଶ କରିଥିବା ହେତୁ ଏଠାରେ ସ୍ୱପ୍ନେଶ୍ୱର ନାମରେ ଅର୍ଚ୍ଚିତ ହେଲେ। ଏହାପରେ ଗଜପତି ମନ୍ଦିର ତିଆରିକରି ବାବା ଓ ମା ରୁଦ୍ରାୟଣୀଙ୍କ ନାମରେ ପ୍ରାୟ ଅନେକ ଜମି ଖଞ୍ଜାପଢା କରିଥିଲେ ବର୍ତ୍ତମାନ ଏହାର ମାତ୍ର ଅଢେଇ ମାଣ(ବର୍ତ୍ତମାନର ହିସାବରେ ୯ ଏକର ୬୦ ଡିସିମିଲ ) ଦୃଷ୍ଟିଗୋଚର  ହୁଏ   |

     ଦେଉଳର ଉଚ୍ଚତା ପ୍ରାୟ 40 ଫୁଟ । ପ୍ରଭୁ ଏଠାରେ ସ୍ୱୟଂମ୍ଭୁ(ପାତାଳଫୁଟା) । ଭୂମିପତନଠାରୁ 15ଫୁଟ ତଳେ ଗମ୍ଭୀରା ମଧ୍ୟରେ ଅଛନ୍ତି ବାବାଙ୍କ ହିରର୍ଣ୍ଣମୟ ଲିଙ୍ଗ ଓ ଆଗ ନାଟମଣ୍ଡପରେ ଅଛନ୍ତି ଚଳନ୍ତି ଠାକୁର ଶ୍ରୀଚନ୍ଦ୍ରଶେଖର ଏବଂ ମା ପାର୍ବତୀ । ଆଉ ଏ ମନ୍ଦିରର ବିଶେଷତ୍ବ ହେଉଛି ଆପଣ ଯେତେକ ଶୈବପୀଠ ଯାଇଥିବେ ସେଠାରେ ବିଷ୍ଣୁଙ୍କୁ ପାର୍ଶ୍ବଦେବତା ଭାବେ ମନ୍ଦିରର କୋଣସି ପାର୍ଶ୍ବରେ ଦେଖିବାକୁ ପାଇବେ କିନ୍ତୁ ଏଠାରେ ମନ୍ଦିରକୁ ପଶୁପଶୁ  ଶ୍ରୀ ଗୋପୀନାଥ ଦକ୍ଷିଣ ପାର୍ଶ୍ଵରେ ଦୃଶ୍ୟମାନ ହେବେ । ଏହା ହରିହରଙ୍କ ଏକ ଅଭିନ୍ନ ପୀଠ । ତେଣୁ ଏ ଗ୍ରାମ "କେନ୍ଦୁସାହି" ନାମରେ ଖ୍ୟାତିଲାଭ କରିଥିଲେ ମଧ୍ୟ ଏହାର ଅନ୍ୟଏକ ନାମ "ହରିଶଙ୍କରପୁର" ଏବଂ ଅନ୍ୟଏକ ଆଶ୍ଚର୍ଯ୍ୟ ହେଲା ପ୍ରତ୍ୟେକ ମନ୍ଦିରର ଉପରେ ଲାଗିଥିବା ଆୟୂଧ ପିତଳ ହୋଇଥିବାରୁ କିଛିଦିନ ଖରାବର୍ଷା ଖାଇବାପରେ ନୀଳରଙ୍ଗର ଏକ ଆସ୍ତରଣ ମାଡିଯାଏ। କିନ୍ତୁ ଏଠାରେ ଲାଗିଥିବା ଆୟୂଧ ଗୁଡିକ ସର୍ବଦା ସୁବର୍ଣ୍ଣ ପରି ଚିକଚିକ କରୁଥାଏ ଏବଂ ମନ୍ଦିରଟି ଶିବଙ୍କର ହୋଇଥିଲେ ମଧ୍ୟ ଚଉଦୋଳ(ଦୋଳବିମାନ)ର ଉପରେ ଚକ୍ର ଲାଗିଥାଏ, ଯାହାକି ହରିହର ଏକ ଓ ଅଭିନ୍ନ ବୋଲି ପ୍ରତିପାଦିତ କରେ । 

ନ୍ଦିର - ପୂର୍ବାଭିମୂଖି ଅଟେ | ପାର୍ଶ୍ଵଦେବଦେବୀ  ହିସାବରେ ରୂଦ୍ରାଣୀ, ଗୋପିନାଥ, ଗଣେଶ, କାର୍ତ୍ତିକ, ହନୁମାନ ଓ ମା ପାର୍ବତୀ ରହିଛନ୍ତି | ଗୋପୀନାଥଙ୍କର ଯେଉଁ ବିଗ୍ରହ ଏଠାରେ ଅଛନ୍ତି ସେଥିରେ ଉତ୍କଳୀୟ କଳା ସ୍ଥାପତ୍ୟର ନିଦର୍ଶନ ଦେଖିବାକୁ ମିଳେ |

ପର୍ବପର୍ବାଣୀ- ମହାଶିବରାତ୍ରୀ, ଶୀତଳ ଷଷ୍ଠୀ, ପଣା ସଂକ୍ରାନ୍ତି, ଦୋଳ ପୂର୍ଣ୍ଣିମା, ଦୋଳ ମେଲଣ  ଅଷ୍ଟପ୍ରହରୀ, ରାମପାରାୟଣ ଓ ବିଶ୍ୱଶାନ୍ତି ମହାଯଜ୍ଞ ଇତ୍ୟାଦି |

ମେଲଣ - ପ୍ରତିବର୍ଷ ଚୈତ୍ର ପୂର୍ଣ୍ଣିମା ତିଥିରେ ଅନୁଷ୍ଠିତ ହୋଇଥାଏ ମେଳନ। ଆଖପାଖ ଅଞ୍ଚଳର ଠାକୁରମାନେ ଓ ବାବା ଶ୍ରୀ ସ୍ୱପ୍ନେଶ୍ୱର ବିମାନରେ ଆସି ସ୍ଥାନପତିତ୍ଵ କରିଥାନ୍ତି। ଧୁମଧାମରେ 2ଦିନ ପାଳନ ହୁଏ ମେଲଣ । 

      ବାବା ସ୍ୱପ୍ନେଶ୍ୱର ମନ୍ଦିରକୁ କିପରି ଆସିବେ- ଜାତୀୟ ରାଜପଥ 316ରୁ ପୁରୀ-ଭୂବନେଶ୍ୱର ଦେଇ ଗଲେ ପଡିବ ପଟ୍ଟନାୟିକିଆ ଛକ ଏଠାରୁ ବରାଳ ବାଲୁଙ୍କେଶ୍ଵର (ଗୋପବନ୍ଧୁ ମାର୍ଗ,ସୁଆଣ୍ଡୋ)କୁ ଯିବା ରାସ୍ତାରେ କେନ୍ଦୂସାହି ଗ୍ରାମ ଏଠାରେ ଅଛନ୍ତି ବାବା ସ୍ୱପ୍ନେଶ୍ୱର ଏବଂ ପୁରୀ-ଭୁବନେଶ୍ୱର ରାସ୍ତା ଦେଇ ଯିବାବେଳେ ଚଉଦବାଟିଆ ନାମକ ଏକ ଛୋଟ ରାସ୍ତା ହୋଇ ଆମ ଗାଁ(କେନ୍ଦୁସାହି)ରେ ଥିବା ଏହି ମନ୍ଦିରକୁ ଆସିପାରିବେ | ଏହି ଦୁଇସ୍ଥାନ ପ୍ରାୟ ୧ କିମିର ଅଧା (୫୦୦ ମିଟର) ହେବ  । 

 କିନ୍ତୁ; ପରିତାପର ବିଷୟ ଏତିକି ଯେ ଏହି ସୁଦୃଶ୍ୟ ମନ୍ଦିର ଏତେ ପ୍ରାଚୀନ ହେବା ସତ୍ତ୍ୱେ ଏହାର କାର୍ଯ୍ୟଭାର ସରକାର ହାତକୁ ନେଇନାହାନ୍ତି ଯଦ୍ୱାରା ଦେଉଳର ବିଭିନ୍ନ ନୀତି ଓ କାର୍ଯ୍ୟରେ ଅନିୟମିତତା ପରିଲକ୍ଷିତ ହେଉଛି । 

(ଆପଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ ଦେଉଳ କେବଳ ସଂକ୍ରାନ୍ତିର,ବିଭିନ୍ନ ପର୍ବପର୍ବାଣୀ ସମୟରେ ଅଧିକ ସମୟ ଏବଂ ରାମପାରାୟଣ,ଅଷ୍ଟପ୍ରହରୀ,ମହାଶିବରାତ୍ରୀ ସମୟରେ ଦିନସାରା ଖୋଲାଥାଏ ଅନ୍ୟ ଦିନ ମାନଙ୍କରେ ନିତି ସରିବା ପରେ ଦେଉଳ ବନ୍ଦ ରୂହେ । ୧୯୯୮ ମସିହାରେ ଏହି ମନ୍ଦିରର ନବୀକରଣ ହୋଇ ପୁରୂଣା ପଥର ଉପରେ ସିମେଣ୍ଟ ପ୍ଲାଷ୍ଟର ହୋଇଥିଲା ଓ ତତସହିତ ଲୁଚିଗଲା ଅନେକ କୀର୍ତ୍ତିରାଜି ଏବଂ ୨୦୧୯ରେ ଆଗ ଜଗମୋହନ ନୁତନଭାବେ ନିର୍ମାଣ ହୋଇଛି) 

 Jay Baba Swpneswar|Jay Jagannath 🙏🏻🔱❤🤗

@old temples @indian temples @odisha @Sakhigopal @Puri 

Swpneswar Temple, Kendusahi-Harishankarpur

Melana Padia

Maa Mangala Temple

Contact Us :

Shree Swapneswar Temple Administration,Kendusahi(Harishankarpur),Sakhigopal, Puri

Phone - +91 - 8260132545

E-mail - snb3656@gmail.com